Saturday, March 15, 2025

କମ୍ପ ପ୍ରେମରେ ଶ୍ରୀହିନ ହୋଇଗଲା ଗାନ୍ଧିଛକ!

ବୌଦ୍ଧ: ନିଜକୁ ଜଣେ ଚାଲାକ୍ ଚତୁର ନେତା ବୋଲି କହୁଥିବା ବୌଦ୍ଧର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ଚଳିତ ନିର୍ବାଚନରେ ପରାଜୟ ହେବା ଘଟଣାକୁ ସହଜେ ହଜମ କରିପାରୁ ନାହାଁନ୍ତି ତାଙ୍କ ସମର୍ଥକ । ଏବେ ପରାଜୟର କାରଣ ଖୋଜା ଚାଲିଥିବା ବେଳେ ନିଜ ନିଜ ଭିତରେ ଦୋଷ ଲଦାଲଦି ଚାଲିଥିବା ବିଜେଡି ମହଲରେ ଆଲୋଚନା ହେଉଛି । ପରାଜୟର ଅନେକ କାରଣ ଭିତରେ ମିଡିଆ ମ୍ୟାନେଜମେଣ୍ଟ୍ ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ଅମାତ ହେଉଛନ୍ତି ୨୪ବର୍ଷର ବିଧାୟକ ହେଲେ ସେ କେବେ ମିଡିଆକୁ ସମ୍ମାନ ଦିଅନ୍ତି ନାହିଁ କି ଜିଲ୍ଲାର ବିକାଶ କୁ ନେଇ ଆଲୋଚନା କରନ୍ତି ନାହିଁ । ୨୦୧୯-୨୦୨୪ ମଧ୍ୟରେ ବିଧାୟକ ତଥା ମନ୍ତ୍ରୀ ଥିବା ସମୟରେ ଅନେକ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଥିଲେ । ସେ ଅଧିକାରୀଙ୍କ ଭିତରୁ ଜଙ୍ଗଲ ବିଭାଗର ମୁଖିଆ ତଥା ଡିଏଫଓ ଜଣେ । ଶ୍ରୀ ଅମାତ ଜଙ୍ଗଲ ମନ୍ତ୍ରୀ ଥିବା କାରଣରୁ ବୌଦ୍ଧ ଜିଲ୍ଲାରେ ଥିବା ଜଙ୍ଗଲ ବିଭାଗର ଡିଏଫଓ ଦେବପ୍ରିୟ କମ୍ପଙ୍କ ବିରୋଧରେ ଅନେକ ଅଭିଯୋଗ ଭିତରୁ ଶ୍ରୀ କମ୍ପ ଟିଟଲାଗଡ଼ କେନ୍ଦୁପତ୍ର ଡିଭିଜନରେ ଡିଏଫଓ ଥ‌ିବା ସମୟରେ ୧୨ଲକ୍ଷ ଟଙ୍କା ହେରଫେର ଘଟଣା। ହାତୀ ମୃତ୍ୟୁ ଘଟଣାଠୁ ଆରମ୍ଭ କରି କାମ୍ପା ଯୋଜନାରେ ଅର୍ଥ ଲୁଟ୍ ପ୍ରସଙ୍ଗରେ ଦୁର୍ନୀତିର ପୁଳାପୁଳା ଅଭିଯୋଗ ହେଲେ ମଧ୍ୟ ମନ୍ତ୍ରୀ ସବୁ ଚାପିଦେଉଥିଲେ । ମନ୍ତ୍ରୀ ଶ୍ରୀ ଅମାତ ଭିତରେ ଥିବା ଅହଂକାର ଆଉ ଜିଦ୍ଦି ପାଇଁ ଆଜି କୁଆଡେ ପଦ ଗଲା ମାନ ସମ୍ମାନ ସବୁ ଗଲା I ଜଙ୍ଗଲ ବିଭାଗର କେଳେଙ୍କାରୀ ସଂପର୍କ ତଥ୍ୟ ସହ ଅନେକ ଖବର ବିଭିନ୍ନ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଥିଲେ ମଧ୍ୟ ପ୍ରଭାବଶାଳୀ ନେତା ଜଙ୍ଗଲ ମନ୍ତ୍ରୀ ଥିବା କାରଣରୁ ଖବରକୁ ଭୃକ୍ଷେପ ନକରି ମନମାନୀ ଚଳାଉଥିବା ଡିଏଫଓ ଓ ଜଣେ ଫରେଷ୍ଟ ଗାର୍ଡ କୁ ସୁରକ୍ଷା ଦେବାକୁ ଯାଇ ଅନ୍ୟ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେଲେ । ବିଗତ ନିର୍ବାଚନ ମାନଙ୍କରେ ବିଭାଗର ଅନେକ କର୍ମଚାରୀ ବିଜେଡିର କର୍ମୀସାଜି ନିର୍ବାଚନ ସମୟରେ ଶ୍ରୀ ଅମାତଙ୍କୁ ସହାୟତା କରି ଆସୁଥିଲେ । ହେଲେ ଡିଏଫଓ ଚଙ୍ଗୁ ମଙ୍ଗୁ ଭଳି ହାତଗଣତି କିଛି ଫରେଷ୍ଟ୍ ଗାଡ଼୍ ଦ୍ବାରା ପରିଚାଳିତ ହୋଇ ଅନେକ କର୍ମଚାରୀଙ୍କୁ ହଇରାଣ ହରକତ କରିଥିବା ଖବର ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ମନ୍ତ୍ରୀ ଚୁପ୍ ରହିଥିଲେ । ତା ପରଠୁ ନିର୍ବାଚନ ସମୟରେ ଶ୍ରୀ ଅମାତଙ୍କୁ ସହଯୋଗ କରୁଥିବା କର୍ମଚାରୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । ପରବର୍ତି ସମୟରେ ନିର୍ବାଚନ କମିଶନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଦେଖି ଏହି ମୌକାରେ ସେମାନେ ମଧ୍ୟ ନିରବ ରହିବା କାରଣରୁ ପ୍ରଦୀପ ଅମାତଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଲା । ସୁବିଧାବାଦୀ ରାଜନେତା ଭାବରେ ଜଣାଶୁଣା ପ୍ରଦୀପ ବାବୁ ମିଡିଆକୁ ଅଣଦେଖା ଓ ମିଡିଆ ଖବରକୁ ଚ୍ୟାଲେଞ୍ଜ କରି ଆଜି ଦୀର୍ଘବର୍ଷ ପରେ ପରାଜୟର ସ୍ବାଦ ଚାଖିବାକୁ ପଡିଲା ବୋଲି ସବୁ ମହଲରେ ମତ ପ୍ରକାଶ ପାଉଛି । କମ୍ପ ପ୍ରେମରେ ଶ୍ରୀହୀନ ହୋଇଗଲା ଗନ୍ଧିଛକ ବୋଲି ସହରରେ ଆଲୋଚନା ହେଉଛି ।

Related Articles

LEAVE A REPLY

Please enter your comment!
Please enter your name here

Latest Articles