Sunday, March 16, 2025

ଦହ୍ୟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ “ରାକ୍ଷୀ ଟିଏ ଗଛ ପାଇଁ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟା ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପରିବେଶର ସୁରକ୍ଷାକୁ ସୁନିଶ୍ଚିନ୍ତ କରିବାକୁ ପ୍ରଧାମନ୍ତ୍ରୀଙ୍କର ଆହ୍ଵାନରେ “ଗଛ ଟିଏ ମା ପାଇଁ” ପରି ଏକ ଅଭିନବ ପ୍ରୟାସ “ରାକ୍ଷୀ ଟିଏ ଗଛ ପାଇଁ” କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଇକୋ କ୍ଳବ୍ ଦ୍ଵାରା ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ବହୁ ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପରିବେଶର ସୁରକ୍ଷା ପାଇଁ ସମସ୍ତେ ଏକ ହୋଇ ନିଜେ ଓ ଅନ୍ୟ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ସଂକଳ୍ପ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Latest Articles