Saturday, March 15, 2025

ଶ୍ରମିକ ସମବାୟ ସମିତି ପକ୍ଷରୁ ଗ୍ରାହକ ସଚେତନତା ଶିବିର

ବୌଦ୍ଧ: ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଂଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠୀ ଯୋଗଦେଇଥିଲେ । ସମିତିର ଶାଖା ପରିଚାଳକ ରୁପେଶ କୁମାର ଦାଶ, ପଂଚାୟତ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଗରିବ ଲୋକ ନିମନ୍ତେ ରିହାତି ମୂଲ୍ୟରେ ଖାଦ୍ୟ, ବିଭିନ୍ନ ବ୍ୟବହାର ସାମଗ୍ରୀ ବଜାର ଦର ଠାରୁ ୧୫ ରୁ ୫୦ ପ୍ରତିଶତ ରିହାତି ମୂଲ୍ୟ ରେ ଜିନିଷ ଯୋଗେଇ ଦେବା ସହ ଏହି ଯୋଜନାରେ ପଞ୍ଜିକୃତ ଗ୍ରାହକଙ୍କୁ ସ୍ୱାସ୍ଥ୍ୟ ବୀମା ସହ ଯୋଗେଇ ଦିଆଯିବ ବୋଲି କ୍ଷେତ୍ର ଅଧିକାରୀ ମାନେ ସୂଚନା ଦେଇଥିଲେ । ତେଣୁ ଏହି ଗରିବ କଲ୍ୟାଣ ଯୋଜନାରେ ଅଧିକରୁ ଅଧିକ ଗ୍ରାହକ ପାଞ୍ଜିକୃତ ହୋଇ ଏହାର ସୁଫଳ ହାତେଇବା ପାଇଁ ଶିବିର ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ଶିବିରରେ ପଂଚାୟତ ର ୱାର୍ଡ ମେମ୍ବର ମାନେ ଯୋଗଦେଇ ନିଜ ନାମ କୁ ପାଞ୍ଜିକୃତ କରିବା ସହ ଗ୍ରାମରେ ଗ୍ରାହକ ମାନଙ୍କୁ ଯଥା ଶୀଘ୍ର ପଞ୍ଜିକୃତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ l

Related Articles

LEAVE A REPLY

Please enter your comment!
Please enter your name here

Latest Articles