Bhubaneswar: ଅନ୍ୟାୟ ବଢିଲା ସରକାର ଗଲା । ୨୦୨୦ ନଭେମ୍ବର ୪ ତାରିଖରେ ଦେଶର ଜଣେ ବରିଷ୍ଠ ସାମ୍ବାଦିକ ଆର ଭାରତ ନ୍ୟୁଜ ଚ୍ୟାନେଲର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଷଡୟନ୍ତ୍ର କରି ମାମଲା ଉପରେ ମାମଲା କରି ଗିରଫ କରିଥିଲା । ଅର୍ଣ୍ଣବ ଗୋସ୍ବାମୀଙ୍କ ଭୁଲ କଣ ଥିଲା ନା ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ହତ୍ୟାକୁ ନେଇ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ ଓ ସରକାରଙ୍କୁ କଡା ସମାଲୋଚନା କରିଥିଲେ । କେବଳ ସେତିକି ନୁହଁ ସାଧୁସନ୍ଥ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମଧ୍ୟ ସିଧାସିଧା ସେତେବେଳେ ମହାରାଷ୍ଟ୍ରରେ ଥିବା ଉଦ୍ଧବଙ୍କ ମିଳିତ ସରକାରକୁ ଦାୟୀ କରି ଲଗାତାର ଭାବରେ ଖବର ପ୍ରସାରଣ କରି ସତ୍ୟ ଘଟଣାକୁ ଲୋକ ଲୋଚନକୁ ଆଣିଥିଲେ । ଯେଉଁଥିରେ ବିଚଳିତ ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ, ଆକ୍ରୋଶ ମୂଳକଭାବରେ ମାମଲା ରୁଜୁକରି ତାଙ୍କୁ ଗିରଫ କରିଥିଲେ । ପରବର୍ତି ସମୟରେ ମହାରାଷ୍ଟ୍ର ସରକାର ଭାଙ୍ଗିଯାଇଥିଲା । ଠିକ ସେହି ପରି ଓଡିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ୨୦୨୨ ମସିହା ଜୁନ୍ ୨୯ ତାରିଖରେ । ସାମ୍ବାଦିକ ତଥା ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ପୋଲିସ ସମାନ ଢଞ୍ଚାରେ ଗିରଫ କରିଥିଲା । ଶ୍ରୀ ଦାସଙ୍କ ଭୁଲ ହେଲା କି ସେ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ତଥ୍ୟ ସହିତ ନବୀନଙ୍କୁ ଘେରିଥିଲେ ଆଉ ଅଣଓଡିଆ ପ୍ରସଙ୍ଗ ଓ ପପ୍ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଗଣତନ୍ତ୍ରର ଖୋଳପା ପିନ୍ଧି ଓଡିଶାର ବିକାଶ କଥା କହି ସଂସ୍କୃତି ପରମ୍ପରା ଭାଙ୍ଗୁଥିବା ସରକାର ଅର୍ଦ୍ଧେନ୍ଦୁଙ୍କ ମୁହଁ ବନ୍ଦ କରିବାକୁ ଆରମ୍ଭ କରିଥିଲେ ଷଡୟନ୍ତ୍ର । ତାଙ୍କ ନାମରେ ୧କୋଟି ଟଙ୍କାର ଠକେଇ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଗଲା । ସେତେବେଳେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗୋଟିଏ କଥା କହିଥିଲେ ଚକାଆଖି ସବୁ ଦେଖୁଛି,ସମୟ ଆସିଲେ ଜଗା ଠିକ୍ ହିସାବ କରିବ । ସମୟ ଆସିଲା ଜଗା ହିସାବ ବି କଲା । କ୍ଷମତାର ଅହଂକାରରେ ଅଣଓଡିଆ ବାବୁମାନଙ୍କୁ ଧରି ବିକାଶ ନା’ରେ କୋଟିକୋଟି ଅର୍ଥ ଲୁଟି ମନମାନୀ କରୁଥିବା ବିଜେଡି ସରକାରର ଅନ୍ତ ହେଲା ।