Saturday, March 15, 2025

ବାଉଁଶୁଣୀ ରାବଣ ଦରବାରରେ ହେଲା ଚମତ୍କାର..

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡିମିରିପାଲି ଦୂର୍ଗାପୂଜା କମିଟି ପକ୍ଷରୁ ୫୭ ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ଗୋଟିଏ ପଟେ ରୂପା ଅଳଙ୍କାରରେ ସୁସଜ୍ଜିତ ମା ଦୁର୍ଗାଙ୍କ ଦର୍ଶନ ସହ ଅନ୍ୟପଟେ ଖେଳ ପଡ଼ିଆରେ ଜମିଥିଲା ରାବଣ ଦରବାର । ପାଞ୍ଚଦିନ ଧରି ଲଙ୍କାଧିପତି ରାବଣର ଅଟହାସ୍ୟରେ ପ୍ରକମ୍ପିତ ହୋଇଥିଲା ବାଉଁଶୁଣି ଖେଳ ପଡିଆ । ଦେଖିବା ପାଇଁ ପ୍ରତିଦିନ ସଂଧ୍ୟାରେ ଜମୁଥିଲା ଦର୍ଶକଙ୍କ ଭିଡ଼। ଏହାରି ଭିତରେ ଜନ ସଚେତନତା ଉଦ୍ଧେଶ୍ୟରେ ପ୍ରତିଦିନ ଲଙ୍କପତି ରାବଣ ରଥରେ ବସି ନଗର ପ୍ରରିକ୍ରମା କରିବା ସମୟରେ ଗୁପ୍ତଚର ଦେଇଥିବା ବାର୍ତ୍ତା ଅନୁସାରେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରି ଦଣ୍ଡିତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଲୋକଙ୍କୁ ବେଶ୍ ଆକୃଷ୍ଠ କରିବ ସହିତ କମିଟିର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରାଯାଉଛି I ପରିକ୍ରମା ପରେ ରାଜ ଦରବାରକୁ ଆସିଥାନ୍ତି । ରାବଣ ଭୂମିକାରେ ଅଭିନୟ କରୁଥିବା ସ୍ଥାନୀୟ କଳାକାର ସଂଗ୍ରାମ ଦେହୁରୀଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତିଯାଏ ବାନ୍ଧି ରଖିଥିଲା । ଅନ୍ୟପଟରେ ମିନା ବଜାର ରେ କିଣା ବିକାର ମଜା ନେଇଛନ୍ତି ଅଞ୍ଚଳର ହଜାର ହଜାର ଦର୍ଶକ । ଖାଲି ସେତିକି ନୁହେଁ ମନଂରଞ୍ଜନ ସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ ଦରବାରରେ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଉଥିଲା । ଆଉ ବିଭିନ୍ନ ସମସ୍ୟା ନେଇ ନେତା ମାନଙ୍କୁ ପ୍ରଶ୍ନ କରୁଥିଲେ ଲଙ୍କେଶ୍ୱର୍ । ଆଉ ଲଙ୍କେଶ୍ୱରଙ୍କ ପ୍ରଶ୍ନ ର ଉତ୍ତର ରଖୁଛନ୍ତି ରାଜ ଅତିଥି I ରାଜଦରବାରରେ ପ୍ରଶ୍ନବାଣରେ ନେତାଏଁ ଘାଇଲା ହେଉଥିବା ବେଳେ ଦର୍ଶକ ମାନେ ଭରପୁର ମଜା ନେଉଥିଲେ ।ଶେଷଦିନରେ ରାଜଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବୌଦ୍ଧ ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲା ସାମ୍ବାଦିକ ସଂଘ ସଭାପତି ଶଶାଙ୍କ ମିଶ୍ର, ସୁବର୍ଣ୍ଣପୁର ପୌର ପରିଷଦର ର୍ପୂବତନ ଅଧ୍ୟକ୍ଷ ପ୍ରକାଶ ସାହୁ, ସମାଜସେବୀ ସୋନାଲି ବିଶି ଯୋଗଦେଇଥିଲେ। ଲାଙ୍କପତି ରାବଣଙ୍କ ନିର୍ଦ୍ଧେଶରେ ରାଜଦରବାରରେ ରାଜ ଅତିଥି ଥିବା ବୌଦ୍ଧର ପ୍ରସିଦ୍ଧ ରାମଲୀଳାରେ ମହିରାବଣ ଭାବରେ ଅଭିନୟ କରୁଥିବା ଏନଏସି ଅଧ୍ୟକ୍ଷ ଶ୍ରୀମିଶ୍ର ନାଟକର କିଛି ସଂଳାପକୁ ମଞ୍ଚରେ ଅଭିୟନ ମାଧ୍ୟମରେ ଅବତାରଣା କରିବା ସହ ରାବଣ ଓ ମହିରାବଣର ନାଟକର ଏକ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଥିଲା । ଏହି ଅବସରରେ ଅତିଥିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସାମ୍ବାଦିକ ଉମାକାନ୍ତ ମହାକୁଳ,ଶରତ ମୁଦୁଲି ଓ ସୁମନ୍ତ ମେହେରଙ୍କୁ ଯାତ୍ରାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Latest Articles