ମୁମ୍ବାଇ: ପୁଅଙ୍କ ମୃତ୍ୟୁପରେ ଦିନକୁ ୬୦ ସିଗାରେଟ୍ ପିଉଥିଲେ ବାପା । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଦେଶର ଜଣେ ଜଣାଶୁଣା ଅଭିନେତା ନାନା ପାଟେକର ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ବଡ ପୁଅର ମୃତ୍ୟୁ ପରେ ଦିନକୁ ୬୦ ଟି ସିଗାରେଟ୍ ଟାଣୁଥିଲେ। ହୁଏ ତ ଏକଥାକୁ କେହି ବିଶ୍ବାସ କରୁନଥିବେ କିନ୍ତୁ ଏହା ହିଁ ସତ । ସେ କହିଥିଲେ ଯେ ତାଙ୍କ ପୁଅ ଭିନ୍ନକ୍ଷମ ଏବଂ ୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଅକୁ ହରାଇ ମନ ଭିତରେ କୋହ ରହିଥିବାରୁ ଏଭଳି ସିଗାରେଟ୍ ଟାଣୁଥିବା ଜଣାପଡିଛି ।