Saturday, March 15, 2025

ବାଉଁଶୁଣୀରେ ବିଜେପି ପକ୍ଷରୁ ସମର୍ଦ୍ଧନା ସଭା ଅନୁଷ୍ଠିତ

ବାଉଁଶୁଣୀ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ସମର୍ଦ୍ଧନା ସଭା ଓ ମତଦାନ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗଙ୍କୁ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରିଥିଲେ । ବିଧାୟକ ଶ୍ରୀଡାଙ୍ଗ ନିଜ ଅଭିଭାଷଣରେ କହିଥିଲେ କି ନିର୍ବାଚନ ସମୟରେ ବହୁ ବାଧାବିଘ୍ନଦେଇ କାର୍ଯ୍ୟକରିଥିବା ନେତା ଓ କର୍ମୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା ସହ ମିଳିମିଶି କଣ୍ଟାମାଳ ନିର୍ବାଚନ ମଣ୍ଡଳିର ବିକାଶ ପାଇଁ କାର୍ୟ୍ୟକରିବା ତେଣୁ ସମସ୍ତଙ୍କର ସହଯୋଗ କାମନା କରୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ସେହିପରି ସାଂସଦ ଶ୍ରୀପାଣିଗ୍ରାହୀ କହିଥିଲେ କି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ବିପୁଳ ଜନ ସମର୍ଥନ ଦେଇ ଜିତେଇ ଥିବାରୁ ମତଦାତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରଗତି ମିଶନକୁ ସାକାର କରିବାକୁ ହେଲେ ଆପଣମାନଙ୍କର ସହଯୋଗ ଆସାକରିବି ବୋଲି କହିଥିଲେ । ଏ ସଭାରେ ବରିଷ୍ଠ କର୍ମୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ବିଧାୟକ ଓ ସାଂସଦ l ଅନୁଷ୍ଠିତ ଅନ୍ୟତମ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ,ପଦ୍ମଳୟା ପ୍ରଧାନ, ଶେଷ କୁମାର ମେହେର,କୃଷ୍ଣଚନ୍ଦ୍ର ମିଶ୍ର, ଅଟଳ ପ୍ରଧାନ, ନିରଜଂନ କର୍ଣ୍ଣ,ପିନାକ ରଣା, ଯିଶୁ ପ୍ରଧାନ, ଧବଳେଶ୍ବର ପ୍ରମୁଖ ଯୋଗ ଦେଇଥିଲେ । ବିଜେପିର ଯୁବ ନେତା ସୁଶାନ୍ତ ବାଘ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ରଥ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Latest Articles