ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଜିଲ୍ଲା ର ମତଦାତା ମାନଙ୍କର ଏକ ବିରାଟ ସମାବେଶ ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ମାନ୍ୟବର ଲୋକସଭା ସଦସ୍ୟ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଣ୍ଟାମାଳ ବିଧାନସଭା ର ସଦସ୍ୟ ଶ୍ରୀଯୁକ୍ତ କାନାହି ଚରଣ ଡ।ଙ୍ଗ ଓ ବୌଦ୍ଧ ବିଧାନ ସଭା ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଙ୍କୁ ବିଗତ ନିର୍ବାଚନ ରେ ଜୟଯୁକ୍ତ ହୋଇ ଥିବା ରୁ ଜିଲ୍ଲା ବିଜେପି ତରଫରୁ ଓ ମୋର୍ଚ୍ଚା ,ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଧନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ମତଦାତା ମାନଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତାଜ୍ଞାପନ କରାଯାଇଥିଲା ଓ ୮ ଜଣ ପ୍ରମୁଖ ମତଦାତା ଙ୍କୁ ସମ୍ମାନିତ କରାଯାଇଥିଲା। ବିଶେଷ କରି ଜିଲ୍ଲାର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସହିତ ନୂତନ ସରକାର ଙ୍କ ନୂତନ ଯୋଜନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଲୋକାଭିମୁଖୀ ଯୋଜନାର ପ୍ରତିଫଳନ କରିବା ସହିତ ଓଡ଼ିଶା ର ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ନିର୍ବାଚନ ପ୍ରତିଶ୍ରୁତି ସବୁ ପୁରଣ କରାଯିବ ବୋଲି ସଭାପତି,ଙ୍କ ସହିତ ଲୋକ ପ୍ରତିନିଧି ମାନେ ତାଙ୍କ ଅଭିଭାଷଣ ରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଦଳର ବରିଷ୍ଠ ନେତାମାନେ ସର୍ବଶ୍ରି ସଚିଦା ନନ୍ଦ ଦଲାଲ, ଅକ୍ଷୟ କୁମାର ସାହୁ, ଶେଷ କୁମାର ମେହେର, ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ରାକେଶ୍ କୁମାର ତ୍ରିପାଠୀ, ରବି ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବାଘ, ଶ୍ୟାମ ସୁନ୍ଦର ପୁରୋହିତ, ଅଟଳ କୁମାର ପ୍ରଧାନ ,ମାଗୁଣି ଗାଈ ଗୌରୀଆ, ମନୋରଞ୍ଜନ ଦାସ, ନାମିତ ରାଣୀ ଦାସ, ସଂଗ୍ରାମ ବେହେରା, ସୌମିତ୍ରୀ ନାୟକ,ବ୍ୟମୋ କେସ ମହାପାତ୍ର, ସମସ୍ତ ମଣ୍ଡଳ ସଭାପତି, ସମସ୍ତ ମୋର୍ଚ୍ଚା ସଭାପତି ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।