ଭୁବନେଶ୍ବର: ଦିର୍ଘ ୨୪ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ମ୍ୟାଜିକ ନଂ ଠୁ ବହୁ ଦୂରରେ ରହିଥିଲା । ତେଣୁ ଓଡିଶାରେ ବିଜେପି ପ୍ରଥମ ଥର ସରକାର ଗଠନ କରିବାକୁ ଯାଉଛି । ବିଜେପି ଦଳର ବରିଷ୍ଠ ନେତା ମୋହନ ମାଝୀ ବିଧାୟକ ଦଳର ନେତା ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ ହେବା ପରେ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ବୁଧବାର ଶ୍ରୀମାଝୀ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହ ଉପ-ମୁଖ୍ୟମନ୍ତ୍ରୀ ଭାବରେ କନକବର୍ଦ୍ଦନ ସିଂଦେଓ ଓ ପ୍ରଭାତି ପରିଡାଙ୍କୁ ଦଳ ଘୋଷଣା କରିଛି । ଏହା ସହିତ ଶ୍ରୀମାଝୀଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି ।