Saturday, March 15, 2025

ରାଜ୍ୟରେ ବିଗତ ଦିନରେ ଗଣମାଧ୍ୟମର କଣ୍ଠରୋଧ କରାଯାଇଛି:ରାଜାରାମ ସତପଥି

ବୌଦ୍ଧ: ଜିଲ୍ଲା ପ୍ରେସ ବ୍ଳକର ସପ୍ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସ୍ଥାନିୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଳବର ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଜେ.ସୋନାଲ,ସମ୍ମାନୀତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସମ୍ବାଦିକ ଡ. ରାଜାରାମ ଶତପଥି ଯୋଗ ଦେଇ ରାଜ୍ୟରେ ବିଗତ ଦିନରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ବୋଲି ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ । କ୍ଳବର ସଂପାଦକ ରଘୁନାଥ ଷଡଙ୍ଗୀ ବିବରଣୀ ପାଠ କରିବା ସହିତ ଜିଲ୍ଲାରେ ଏକ ସାମ୍ବାଦିକ ଭବନ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କ୍ଳବର ମୁଖପତ୍ର ଶାକ୍ୟସ୍ଵର ପତ୍ରିକା ଉନ୍ମୋଚନ ହୋଇଥିଲା । ଏହି କାଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଶ କୁମାର ମିଶ୍ର,ସମରେଶ ମିଶ୍ର, ଦୁର୍ଯ୍ୟଧନ ବିଶି, ପୂର୍ଣ୍ଣଚନ୍ଦ୍ର ସାହୁ, ଶମ୍ଭୁ ପ୍ରସାଦ ମିଶ୍ର, ଚିତରଂଜନ ସିଂ, ବାସୁଦେବ ସାହୁ, ଆଶୁତୋଷ ଦାସ ପ୍ରମୁଖ ସହଯୋଗ କରିଥିଲେ । କ୍ଳବ୍ ର ବରିଷ୍ଟ ସାମ୍ବାଦିକ ଦିବ୍ୟଶଙ୍କର ରାଉତ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Latest Articles