Saturday, March 15, 2025

ଲୋକଙ୍କ ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ଅଧିକାରୀମାନଙ୍କୁ ତାଗିତ ବି କଲେ ଜିଲ୍ଲାପାଳ

ବୌଦ୍ଧ: ମଙ୍ଗଳବାର ଦିନ କଣ୍ଟାମାଲ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ସମୁଦାୟ 26 ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ 20 ଗୋଟି ବ୍ୟକ୍ତିଗତ ସମସ୍ୟା, 6 ଗୋଟି ସାମୂହିକ ଗ୍ରାମ୍ୟ ସମସ୍ୟା ଅନ୍ତର୍ଭୁକ୍ତ l ବ୍ୟକ୍ତିଗତ ସମସ୍ୟା ମଧ୍ଯରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ 3000/ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ 8 ଗୋଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା l ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ପରେ ଛାଡ଼ଖାଇ ଉପଲକ୍ଷେ ଏବଂ ପାଣିପାଗ ବିଭାଗ ପକ୍ଷରୁ ଆଜି ପ୍ରବଳରୁ ପ୍ରବଳତ୍ତର ବର୍ଷା ହେବାର ସମ୍ଭାବନା ଥିବା ସତ୍ତ୍ବେ ଲୋକ, ଅଭିଯୋଗ ନେଇ ଆସିଥିଲେ I କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ବୌଦ୍ଧ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଜ଼ିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ଅଭିଯୋଗ ର ଆସୁ ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ l ଅଭିଯୋଗକାରୀ ମାନେ ବାରମ୍ବାର ଶୁଣାଣୀକୁ ଆସି ହଇରାଣ ହୁଅନ୍ତୁନି, ଯେଉଟା 7 ଦିନ ମଧ୍ଯ ରେ ସମାଧାନ ହୋଇ ପାରିବ, ତାକୁ 7 ଦିନ ଭିତରେ ଏବଂ ଯେଉଁଟା 15 ଦିନ ମଧ୍ଯ ରେ ସମାଧାନ କରିବାର ଅଛି, ତାକୁ 15ଦିନ ମଧ୍ୟରେ ସମାଧାନ କରନ୍ତୁ ବୋଲି ନିର୍ଦେଶ ଦେଇ ଥିଲେ l ଶୁଣାଣୀ ପାଇଁ ଆସୁଥିବା ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରିବାକୁ ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଥିଲେ l ଅଭିଯୋଗ ମଧ୍ଯ ରେ ଚାଷୀ ମାନଙ୍କର ଯେଉଁ ଅଭିଯୋଗ ରହିଛି ତାର ତ୍ୱରିତ ସମାଧାନ କରିବାକୁ TPSODL ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ତତ ସହିତ ସୁଭଦ୍ରା ଯୋଜନା ରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ମାନେ ଠିକ ଭାବରେ କାମ କରିବା ପାଇଁ ନିର୍ଦେଶ ଦେଇଥିଲେ l ଏଥିପାଇଁ କୌଣସି ହିତାଧିକାରୀଙ୍କ ଠାରୁ କୌଣସି ପ୍ରକାର ଅର୍ଥନ ମାଗିବାକୁ କଡା ନିର୍ଦେଶ ଦେଇଥିଲେ l କୌଣସି ଜନ ସେବା କେନ୍ଦ୍ର ତଥା ଅନ୍ୟ କୌଣସି ସ୍ଥାନ ରେ ସୁଭଦ୍ରା ଯୋଜନା ପାଇଁ କୌଣସି ପ୍ରକାର ର ଅର୍ଥ ଅଦାୟ କଲେ ସେହି ସେଣ୍ଟର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏପରିକି ଅଭିଯୋଗ ଆଧାରରେ ଉକ୍ତ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯିବ l କାହାରିକୁ ମଧ୍ଯ ଛଡାଯିବ ନାହିଁ ବୋଲି ଜ଼ିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ l ଏଥି ସହିତ ସମସ୍ତ ଅଧିକାରୀଙ୍କୁ ସବୁ ସମୟରେ ସଛୋଟତା ର ସହ କାମ କରିବାପାଇଁ ଆହ୍ୱାନ କରିଥିଲେ l ଏହି ଶୁଣାଣୀ କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜ଼ିଲ୍ଲାପାଳ ତଥା ସି. ଡ଼ି. ଇ. ଓ, ଜ଼ିଲ୍ଲା ପରିଷଦ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ଉପ ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବି. ଡ଼ି. ଓ., କଣ୍ଟାମାଲ, ତହସିଲଦାର, କଣ୍ଟାମାଲ, ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ, ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

Related Articles

LEAVE A REPLY

Please enter your comment!
Please enter your name here

Latest Articles