Saturday, March 15, 2025

୧୧ ତମ କୃଷି ଗଣନା ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ଜିଲ୍ଲାର ୧୧ ତମ କୃଷି ଗଣନା ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସୁବର୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ଦ୍ୱାରା ଆହୁତ ଏହି ବୈଠକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କୃଷି ଗଣନା ଅନୁଯାୟୀ ୨୦୨୩-୨୪ ବର୍ଷର ଆକଳନ ଅନୁସାରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜିଲ୍ଲାରେ କୃଷି ଗଣନା କରାଯାଇଥିବା ଜିଲ୍ଲା ପରିସଂଖ୍ୟନ ବିଭାଗ ତରଫରୁ ସୂଚିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ଗଣନା ଅନୁଯାୟୀ ୨୦୧୫-୧୬ ରେ ଜିଲ୍ଲାରେ ୮୪୯୬୧ ଚାଷୀ ଥିବା ବେଳେ ୮୬୩୬୧ ହେକ୍ଟର ଚାଷ ଜୋତ ଜମି ମହଜୁଦ ରହିଥିଲା। ସେହିପରି (୨୦୨୧-୨୨) କୃଷି ଗଣନା ଅନୁସାରେ ଜିଲ୍ଲାରେ ୯୮୭୨୨ ବିଭିନ୍ନ କିସମର ଚାଷୀ ରହିଥିବା ବେଳେ ସମୁଦାୟ ଚାଷ ଜୋତ ଜମି ୧୧୭୭୩୨ ହେକ୍ଟର ରହିଥିବା ୨୦୨୩-୨୪ ବର୍ଷ ର ଆକଳନରେ ତଥ୍ୟ ପ୍ରଦାନ କରାଯାଇଛି। କୃଷି ଗଣନା ପ୍ରତି ୫ ବର୍ଷ ରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଗଣନା ଜିଲ୍ଲାର କୃଷି ବିଭାଗ, ରାଜସ୍ବ ବିଭାଗ ଓ ପରିସଂଖ୍ୟନ ବିଭାଗର ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଘରକୁ ଘର ଯାଇ ଜିଲ୍ଲାର ସମୁଦାୟ ଶତ ପ୍ରତିଶତ ଗ୍ରାମକୁ ନେଇ ସମ୍ପୂର୍ଣ ଡିଜିଟାଲ ପଦ୍ଧତିରେ ଆକଳନ କରାଯାଇଛି। ଗଣନା ତିନୋଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଚାଷୀ ଓ ଚାଷ ଜୋତ ଜମିର ଆକଳନ କରାଯାଇଛି। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଜଳସେଚିତ ଜମି ଓ ଚାଷର ପ୍ରକାର ଅନୁସାରେ ଜମି ଆକଳନ ଏବଂ ତୃତୀୟ ପର୍ଯ୍ୟାୟରେ ଚାଷ ଜୋତ ଜମିରେ ସାର, କୀଟନାଶକ, ଜୈବିକ ସାର ତଥା କୃଷି ଯନ୍ତ୍ରପାତି ଆଦିର ବ୍ୟବହାର ପ୍ରଭୁତିର ଆକଳନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ l ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପ ନିର୍ଦେଶକ ଯୋଜନା ଓ ପରିସଂଖ୍ୟନ ରୋଶନ ଗିଦ୍ଧି, ସି ଡି ଏ ଓ. ଡ଼ଃ ବିଭୁତି ଭୂଷଣ ମିଶ୍ର,ଏ ଡି ଏଚ ହୃଷିକେଶ ଦାସ, ଏ ଡି ଏଚ ବିର ମହାରାଜ ପୁର ବିନ୍ଦୁଲତା ମାଝୀ, ଡି ଆର ସି ଏସ. ଆର ଏଲ ବେହେରା, ଏ ଆର ସି ଏସ ପାଣୁ ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଏ ଡି ଷ୍ଟାର୍ଟସ୍ଟିକଲ ପ୍ରଶାନ୍ତ ବେହେରା, ଏଏସଓ.ଡି ପି ଏମ ୟୁ ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Related Articles

LEAVE A REPLY

Please enter your comment!
Please enter your name here

Latest Articles