ବୌଦ୍ଧ: ଦୈନିକ ଖବର କାଗଜ ପ୍ରମେୟ ଓ ନ୍ୟୁଜ୭ ପକ୍ଷରୁ ଭୁବନେଶ୍ବର ଠାରେ ଆୟୋଜିତ “ବିଶ୍ଵ ଜନସଂପର୍କ ଦିବସ -୨୦୨୪” ପାଳନ ଅବସରରେ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସଂର୍ପକ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କୁ ଜନ ସଂପର୍କ ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଏ ବିଭାଗର କାର୍ଯ୍ୟ କ୍ଷେତ୍ରରେ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରତିପାଦିତ କରିପାରିଥିବା ଅଧିକାରୀଙ୍କୁ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଜନ ସଂପର୍କ ସମ୍ମାନରେ ସମ୍ବର୍ଦ୍ଧିତ କରୁଥିବା ବେଳେ ସେଥିରେ ସ୍ଥାନ ପାଇଥିଲେ ବୌଦ୍ଧ ଜିଲ୍ଲାର ଅଧିକାରୀ ରୀତାକାନ୍ତି ବଳିଆରସିଂ । ଏ ଖବର ଜଣାପଡିବା ପରେ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।