Sunday, March 16, 2025

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

କଣ୍ଟାମାଳ: ଗୁରୁବାର ଦିନ ଶ୍ରୀମାଲ ଗ୍ରାମ କୁକୁଡ଼ା ଫାର୍ମ ଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଯାହା ଫଳରେ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଠାରେ ଚିକିତ୍ସା ହେଉଥିବା ଜଣାଯାଇଛି । ଶିମିଳିଯୋରା ଗ୍ରାମର ରୁଦ୍ରାକ୍ଷ ରଣା କୌଣସି କାମ ନେଇ ଘଣ୍ଟାପଡା ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଘଣ୍ଟାପଡା ପଞ୍ଚାୟତର କୁଡି ବାହାଲି ଗ୍ରାମର ପ୍ରଶାନ୍ତ ମଟାଲି ଆସୁଥିବା ବେଳେ କୁକୁଡ଼ା ଫାର୍ମ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ସମୟରେ ମଲିକୁଦ ଗ୍ରାମର ଯୁବ ସମାଜ ସେବୀ ରାଧେଶ୍ୟାମ ମିଶ୍ର ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ମେଡିକାଲ ଭର୍ତ୍ତିକରିଥିଲେ ପରେ ସେଠାରେ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ବଲାଙ୍ଗୀର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି ।

Related Articles

LEAVE A REPLY

Please enter your comment!
Please enter your name here

Latest Articles